ବନ୍ଧୁକ ଦେଖାଇ ଟ୍ରକ୍ ଲୁଟ୍, ହାତ ଗୋଡ ବନ୍ଧା ଅବସ୍ଥାରେ ଡ୍ରାଇଭର ଉଦ୍ଧାର
19/02/2020 at 8:39 AM

ସୋର ୧୯।୨: ବନ୍ଧୁକ ଦେଖାଇ ଜାତୀୟ ରାଜପଥରୁ ଅଣ୍ଡା ବୋଝେଇ ଟ୍ରକ୍ ସମେତ ଡ୍ରାଇଭରକୁ ଅପହରଣ ଅଭିଯୋଗ ହୋଇଛି । ଢେଙ୍କାନାଳରୁ ବାଲେଶ୍ବର ଯାଉଥିବା ବେଳେ ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଟୋଲ୍ ଗେଟ୍ ନିକଟରୁ ଟ୍ରକ୍ ଅପହରଣ ହୋଇଛି ।

ଅପହୃତ ଡ୍ରାଇଭରକୁ ସୋର ଥାନା ମଣିପୁର ପାହାଡ ହଦ ଅଞ୍ଚଳରେ ହାତଗୋଡ଼ ବାନ୍ଧି ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ । ଡ୍ରାଇଭର ଉଦ୍ଧାର ପରେ ସୋର ପୋଲିସର ଛାନଭିନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଟ୍ରକ୍ କିମ୍ବା ଅପହରଣକାରୀଙ୍କର ପତ୍ତା ମିଳିନି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023