ମାତିଲେ ଲୁଟେରା, ବୃଦ୍ଧଙ୍କ ଠାରୁ ଝାମ୍ପିନେଲେ ୧ ଲକ୍ଷ ୯୯ ହଜାର ଟଙ୍କା

Published By : Prameya-News7 Bureau | November 17, 2023 IST

କଣ୍ଟାବାଞ୍ଜି ୧୭।୧୧: କିଛି ଦିନ ନୀରବତା ପରେ କଣ୍ଟାବାଞ୍ଜି ସହରରେ ଲୁଟେରା ମାନେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଦ୍ଵିପ୍ରହରରେ ଜଣେ ବୃଦ୍ଧଙ୍କ ଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇ ଫେରାର ହୋଇଛନ୍ତି । କଣ୍ଟାବାଞ୍ଜି ପୋଲିସ ଘଟଣାର ଖବର ପାଇ ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନାଯୋଗ୍ୟ ଯେ, କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁର ସମ୍ବାରୁ ପନିକା ସ୍ଥାନୀୟ ଏସବିଆଇ ବ୍ୟାଙ୍କରୁ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଇ ନିଜ ବାଇକରେ ଟଙ୍କା ଭର୍ତ୍ତି ବ୍ୟାଗ୍ ରଖିଥିଲେ । ସମ୍ବାରୁ ବ୍ୟାଙ୍କରୁ କିଛି ଦୂରକୁ ଯିବାବେଳେ ଦୁଇ ଜଣ ମୁଖାପିନ୍ଧା ଲୁଟେରା ଗୋଟିଏ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ । ଟଙ୍କା ଭର୍ତ୍ତି ଥିବା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ଲୁଟେରା । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଆଖପାଖ ଦୋକାନର ସିସିଟିଭି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

You Can Read :

wp:embed {"url":"https://www.prameyanews7.com/two-sisters-drowned-in-gobari-river-in-kendrapara/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-sisters-drowned-in-gobari-river-in-kendrapara/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.