oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଇ ଏବଂ ଭାଇବୋହୁଙ୍କୁ ହତ୍ୟା

5/02/2021 at 4:36 PM

ନୂଆଦିଲ୍ଲୀ, ୦୫/୦୨: ଦିଲ୍ଲୀର ବିଟା ୨ ଥାନା ଅଞ୍ଚଳ ସ୍ଥିତ ଆଲ୍ଫା ୨ ସେକ୍ଟରରେ ଏକ ଭଡ଼ା ଘରେ ରହୁଥିବା ଦମ୍ପତ୍ତିଙ୍କୁ କେହି ଦୃର୍ବୁତ୍ତ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ହତ୍ୟା କରିବା ପରେ ଦୃର୍ବୁତ୍ତ ନିର୍ଭୟରେ ତାଙ୍କ ଘରୁ ଲୁଟ୍‌ପାଟ୍‌ କରିଛନ୍ତି । ଘଟଣା ଜାଣିବା ପରେ ପୋଲିସ୍‌ ଆୟୁକ୍ତ ଆଲୋକ ସିଂ, ଉପ-ଆୟୁକ୍ତ ଲବ କୁମାର, ଗ୍ରେଟର୍‌ ନୋଇଡା ଜୋନ୍‌ର ଡିସିପି ରାଜେଶ୍‌ କୁମାର ଏବଂ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଆଲ୍ଫା ୨ ସେକ୍ଟର ଅଞ୍ଚଳରେ ରହୁଥିବା ନରେନ୍ଦ୍ର ନାଥ( ୭୨) ଏବଂ ତାଙ୍କ ପତ୍ନୀ ସୁମନ ନାଥ ( ୬୪) ସେ ଅଞ୍ଚଳରେ ସାମାଜିକ କର୍ମୀ ଭାବେ ଲୋକଙ୍କ ସେବା କରୁଥିଲେ। ସୁମନ ନାଥ ମାଗଣା ଯୋଗ ତାଲିମ ଦେଉଥିବାବେଳେ ନରେନ୍ଦ୍ର ନାଥ ଅନେକ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିଲେ। ଡବ୍ଲୁଏଚ୍‌ଓ ସୋସାଇଟିରେ ରହୁଥିବା ଦମ୍ପତିଙ୍କ ପୁଅ ଏବଂ ସରିତା ବିହାରରେ ରହୁଥିବା ତାଙ୍କ ଝିଅ ଶୁକ୍ରବାର ସକାଳେ ସେମାନଙ୍କ ମୋବାଇଲକୁ ବାରମ୍ୱାର ଫୋନ୍ କରିଥିଲେ। କିନ୍ତୁ ସେମାନେ ଫୋନ୍‌ ରିସିଭ୍‌ କରିନଥିଲେ । ଏହି କାରଣରୁ, ପାଖାପାଖି ରହୁଥିବା ସମ୍ପର୍କୀୟ ଆଲଫା ଟୁରେ ଦମ୍ପତିଙ୍କ ଘରେ ପହଂଚି ଥିଲେ । କିନ୍ତୁ କବାଟ ବନ୍ଦ ଥିବାରୁ ଚେଷ୍ଟା କରି ଘର ଭିତରକୁ ପ୍ରବେଶ କରିଥିଲେ । ଘରେ ପଶିବା ମାତ୍ରେ ସେମାନେ ମୃତ ଦେହ ପଡ଼ିଥିବା ଦେଖିଥିଲେ । ଘର ଭିତର ସ୍ଥିତିରୁ ସମ୍ପର୍କୀୟ ପୁରା ଘଟଣା ବିଷୟରେ ଜାଣିଯାଇଥିଲେ । ତେବେ ମୃତ ନରେନ୍ଦ୍ର ନାଥ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସମ୍ପର୍କୀୟ ଭାଇ ହୋଇଥିବା ମୃତକଙ୍କ ପୁଅ ରୋହିତ ସୂଚନା ଦେଇଛନ୍ତି ।

   Related Posts