ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଦୋକାନ ଆଜବେଷ୍ଟସ ଭାଙ୍ଗି ମୋବାଇଲ୍ ଲୁଟିନେଲେ ଦୁର୍ବୃତ୍ତ, ଛାଡିଗଲେ ହେଲମେଟ୍

2/07/2021 at 10:28 AM

ବାଲିପାଟଣା ୨।୭: ବାଲିପାଟଣାରୁ ପୁଣି ଚୋରୀ । ପ୍ରତୀକ ରାଉତରାୟଙ୍କ ବାଲିପାଟଣା ଛକରେ ଥିବା ଏକ ମୋବାଇଲ ଦୋକାନରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଲୁଟି ନେଇଛନ୍ତି ଲୁଟେରା ।

ସୂଚନାଯୋଗ୍ୟ ଯେ, ଦୋକାନ ଆଜବେଷ୍ଟସ ଭାଙ୍ଗି ଦୋକାନରେ ଚୋରମାନେ ପ୍ରବେଶ କରିଥିଲେ । ଦୋକାନରୁ ୧୮ଟି ଦାମୀ ମୋବାଇଲ, କମ୍ପ୍ୟୁଟର ଏବଂ ସମସ୍ତ ଆସେସୋରିଜ, ରିପାୟର ପାଇଁ ଥିବା ମୋବାଇଲ ସବୁ ନେଇ ଯାଇଛନ୍ତି ଦୁର୍ବୃତ୍ତ ।

ଶୁକ୍ରବାର ସକାଳୁ ପ୍ରତୀକ ଦୋକାନ ଖୋଲିବା ପାଇଁ ଆସି ଦେଖିଲା ବେଳକୁ ଦୋକାନର ଆଜବେଷ୍ଟସ ଭଙ୍ଗାଯାଇ ସମସ୍ତ ଜିନିଷ ଚୋରୀ ହୋଇଯାଇଛି । ଘଟଣାସ୍ଥଳରେ ଚୋରମାନେ ଏକ କଳା ରଙ୍ଗର ହେଲମେଟ୍ ଛାଡି ଯାଇଛନ୍ତି । ଲକଡାଉନ୍ ଏବଂ ସଟଡାଉନ୍ ରେ ରାଜଧାନୀ ଉପକଣ୍ଠଠାରେ ଚୋର ଓ ଲୁଟେରାଙ୍କ ପ୍ରାର୍ଦୁଭାବ ବଢି ବଢି ଚାଲିଛି । ଚୋର ଲୁଟେରାମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।

   Related Posts