ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

Published By : Prameya-News7 Bureau | July 03, 2019 IST

ସୋର ୩|୭: ବାଲେଶ୍ବର ଜିଲ୍ଲା ସୋର ଥାନା ବାଜିଣା ଗ୍ରାମ ନିକଟରୁ ଏକ ଘରୋଇ ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ବାଇକରେ ଦୁଇ କର୍ମଚାରୀ ଯାଉଥିବା ବେଳେ ବାଇକରେ ଦୁଇ ଲୁଟେରା ସେମାନଙ୍କୁ ଅଟକାଇ ଫାଙ୍କା ଫାଇରିଂ କରି ଲକ୍ଷାଧିକ ଟଙ୍କା ଲୁଟ୍ କରି ନେଇଛନ୍ତି । ଏନେଇ ସାଉଡ ଫାଣ୍ଡିରେ ଅଭିଯୋଗ ହୋଇଛି ।

{"id":130103}

ସୂଚନାଯୋଗ୍ୟ ଯେ, ବନ୍ଧନ ବ୍ୟାଙ୍କର ଦୁଇ କର୍ମଚାରୀ ବାପା ତ୍ରିପାଠୀ ଓ ରାଜେନ୍ଦ୍ର ନାୟକ ବାଜିଣା ଗ୍ରାମରୁ ବାଇକ୍ ଯୋଗେ ୧ ଲକ୍ଷ ୩୭ହଜାର ଟଙ୍କା ଜମାକାରୀଙ୍କ ଠାରୁ ଆଦାୟ କରି ବ୍ୟାଙ୍କକୁ ଫେରୁଥିବା ବେଳେ ଗଂଜିଣା ଛକରେ ଦୁଇଜଣ ଲୁଟେରା ବାଇକରେ ଆସି ବ୍ୟାଙ୍କ କର୍ମଚାରୀଙ୍କ ବାଇକକୁ ଅଟକାଇ ବନ୍ଧୁକରୁ ଫାଙ୍କା ଫାଇରିଂ କରିଥିଲେ ୧ଲକ୍ଷ ୩୭ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ସାଉଡ ଫାଣ୍ଡି ଅଧିକାରୀ ମୀନକେତନ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.