ଜୁଏଲାରୀ ମାଲିକଙ୍କଠୁ ଛଡାଇନେଲେ ସୁନା, ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ୍, ଅଧ୍ୟାପକଙ୍କ ଘରେ ବୁଲାଇଲେ କଳାକନା

Published By : Prameya-News7 Bureau | November 14, 2023 IST

ନିଶ୍ଚିନ୍ତକୋଇଲି ୧୪।୧୧: ଦିନ ଦ୍ବି-ପ୍ରହରରେ ବାଇକ୍‌ରେ ଆସି ଜୁଏଲାରୀ ମାଲିକଙ୍କ ହାତରୁ ସୁନା, ରୂପା ଅଳଙ୍କାର ଥିବା ବ୍ୟାଗ୍‌କୁ ଛଡାଇନେଲେ ଦୁର୍ବୃତ୍ତ । ସେହିପରି ବିଳମ୍ବିତ ରାତିରେ ଜଣେ ଅଧ୍ୟାପକଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାର ଠାରେ ଥିବା ଏକ ଜୁଏଲାରୀ ଦୋକାନର ମାଲିକ ଗୋପିନାଥ ସାହୁ ସକାଳୁ ଦୋକାନ ଖୋଲିବା ବେଳେ ଦୁଇ ଲୁଟେରା ଦୋକାନ ମାଲିକଙ୍କ ହାତରୁ ଛଡାଇ ନେଲେ ସୁନା, ରୂପାର ଅଳଙ୍କାର ଭର୍ତ୍ତି ବ୍ୟାଗ୍ । ଆଉ ବ୍ୟାଗ୍ କୁ ନେଇ ବାଇକ୍ରେ କ୍ଷୀପ୍ର ଗତିରେ କଟିକଟା ବାଜାର ଆଡ଼କୁ ପଳାଇ ଯାଇଥିବା ଦେଖିବାକୁ ମିଳିଛି । ଏହି ଲୁଟ୍ ର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଲୁଟ୍ ଅଳଙ୍କାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ଜୁଏଲାରୀ ମାଲିକ କହିଛନ୍ତି । ଏ ବାବଦରେ ଜୁଏଲାରୀ ମାଲିକ ଥାନାରେ ଏତଲା କରିଛନ୍ତି ।

ସେହିପରି ବିଳମ୍ବିତ ରାତିରେ ଏହି ପଂଚାୟତର କାଳିଦାସ ଗାଁରୁ ଜଣେ ଅଧ୍ୟାପକ ଘରଭଡ଼ା ନେଇ ରହୁଥିବା ଘରୁ କେହି ନଥିବାର ସୁଯୋଗ ନେଇ ଏଲଇଡି ଟିଭି, ଲାପଟପ୍, ଘଣ୍ଟା, ମୋବାଇଲ ଆଦି ଗୃହ ଉପକରଣ, ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅଧ୍ୟାପକ ଥାନାରେ ଅଭିଯୋଗ କରିଛନ୍ତି । ଉଭୟ ଘଟଣାରେ ପୋଲିସର ଛାନଭିନ ଜାରି ରହିଥିବା ବେଳେ ଉଭୟ ଘଟଣାର ଲୁଟେରାଙ୍କ ଟେର ପାଇ ପାରିନାହିଁ ନିଶ୍ଚିନ୍ତକୋଇଲି ପୋଲିସ । ଏପଟେ ସ୍ଥାନୀୟ ଅଂଚଳରେ ଫାଣ୍ଡିଟିଏ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଥିବା ବେଳେ, ପ୍ରଶାସନ ଏଥିପ୍ରତି ଭ୍ରୁକ୍ଷେପ କରୁନଥିବାରୁ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ସରକାର ଅଂଚଳରେ ବସବାସ କରୁଥିବା ଅଂଚଳବାସୀଙ୍କର ଧନଜୀବନର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଅସୁରେଶ୍ବର ଠାରେ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ଏବେ ଜୋର୍ ଧରିଛି ।

You Can Read :

wp:embed {"url":"https://www.prameyanews7.com/police-said-student-commits-suicide-in-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-said-student-commits-suicide-in-cuttack/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.