Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇଲେ ୪ ଦୁର୍ବୃତ୍ତ, ଚୋରି କରି ଖସି ପଳାଉଥିବା ଦୃଶ୍ୟ CCTVରେ କଏଦ

6/03/2023 at 1:28 PM

କାମାକ୍ଷାନଗର ୬।୩: କାମାକ୍ଷାନଗର ସହରରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଛି । ଦୁର୍ବୃତ୍ତମାନେ ଅତି ଚତୁରତାର ସହ ଖସି ପଳାଇବାରେ ସକ୍ଷମ ହେଉଛନ୍ତି । ରବିବାର ବିଳମ୍ବିତ ରାତିରେ କାମାକ୍ଷାନଗର ସହରର ବସଷ୍ଟାଣ୍ଡ ପଛପଟେ ଥିବା ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ୪ ଦୁର୍ବୃତ୍ତ ।

ସୂଚନା ଅନୁସାରେ, ଘରର ସମସ୍ତ ସଦସ୍ୟ ରବିବାର ଦିନ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଯାଇଥିବାବେଳେ ଏହାର ସୁଯୋଗ ନେଇ ଘରର ମୁଖ୍ୟ କବାଟ ଭାଙ୍ଗି ଘରେ ପସିଥିଲେ ଚୋର । ଘରେ ଥିବା ୩ଟି ଗଡ୍ରେଜ ଭାଙ୍ଗି ନଗଦ ୮୦ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ସୋମବାର ସକାଳେ ପଡିଶା ଲୋକ ଘରର କବାଟ ଭାଙ୍ଗିବା ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ । ଅପରାହ୍ନରେ ଘରଲୋକ ଆସି ଦେଖି ଥାନାରେ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସେହିଭଳି ଗତ ବୁଧବାର ଦିନ ସ୍ପଷ୍ଟ ଦିବାଲୋକରେ ମଠକରଗୋଳା ଗାଁର ସନ୍ତୋଷ ଜେନା କାମାକ୍ଷାନଗର ଷ୍ଟେଟ୍ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନେଇ କଳ୍ପନା କ୍ଲବଠାରେ ମଞ୍ଜି ଦୋକନରୁ ମଞ୍ଜି କିଣୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ନାଲି ରଙ୍ଗ ବାଇକରେ ଆସି ୧ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଗଲେ । ସିସିଟିଭିରେ ଦୃଶ୍ୟ କଏଦ ହୋଇଥିଲେ ମଧ୍ୟ ପୋଲିସ କାହାକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତେଣୁ ଲୋକେ ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଣୁ ତୁରନ୍ତ କିପରି ଦୁର୍ବୃତ୍ତମାନଙ୍କୁ ଧରିବା ସହ ସହରରେ ନିୟମିତ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହେଉଛି ।

   Related Posts