ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ୫ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

Published By : Prameya-News7 Bureau | January 01, 2022 IST

ଉଦଳା ୧।୧: ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ଘରର ଗ୍ରୀଲ୍ ଭାଙ୍ଗି ଘର ଭିତରୁ ଲୁଟ୍ କରିଛନ୍ତି । ତାହା ପୁଣି ନଗଦ ଟଙ୍କା ସହିତ ୫ ଲକ୍ଷର ଅଧିକ ଟଙ୍କାର ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି ଉଦଳା ଥାନା ଅନ୍ତର୍ଗତ ଏନଏସି ୩ ନଂ ଓ୍ବାର୍ଡରେ । 

{"id":567731,"width":753,"height":419,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଉଦଳା ଏନଏସି ୩ନଂ ଓ୍ବାର୍ଡରେ ରହୁଥିବା ହରେକୃଷ୍ଣ ମହାନ୍ତି ଶୁକ୍ରବାର ସକାଳ ସମୟରେ ଘରେ ତାଲା ମାରି ନିଜ ଶ୍ବଶୁର ଘରକୁ ଯାଇଥିଲେ । ହେଲେ ରାତିରେ ଘରକୁ ଫେରିବା ପରେ ତାଙ୍କ ଘରର ମୁଖ୍ୟ ଫାଟକ ଖୋଲି ଘର ଭିତରକୁ ପଶିବା ପରେ ଘରର ପଛପାଖ ଝରକା ଗ୍ରୀଲ୍ କଟାଯାଇ ପଡିଥିବା ଦେଖିବାକୁ ପାଇଥିଲେ । ଏହା ସହିତ ଘର ଭିତରେ ଥିବେ ଆଲମିରାକୁ କାଟି ସେଥିଲେ ଥିବା ସୁନା ଅଳଙ୍କାର ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେବା ପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଦିନ ସମୟରେ ହରେକୃଷ୍ଣ ମହାନ୍ତିଙ୍କ ପରିବାର ଘରେ ନଥିବା ବେଳେ ସ୍ପଷ୍ଟ ଦିବାଲୋକରେ ଏହି ଲୁଟ୍ ହୋଇଥଇବା ଜଣାଯାଇଛି । ଲୁଟେରାମାନେ ଆଲମିରାରେ ଥିବା ନଗଦ ୨୦ ହଜାର ଟଙ୍କା ସମେତ ପାଖାପାଖି ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାଯାଇଛି ।  ଲଗାତାର ଉଦଳା ଅଞ୍ଚଳରେ ଚୋରି ରାହାଜାନି ବଢିବାରେ ଲାଗିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.