ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମୁଖାପିନ୍ଧି ଆସିଥିଲେ ଡକାୟତ, ବନ୍ଧୁକ ଦେଖାଇ ଲୁଟିନେଲେ ୪ ଭରି ସୁନା ଓ ଟଙ୍କା

4/10/2021 at 10:31 AM

କଣ୍ଟାବାଞ୍ଜି ୪।୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁରେ ବିଳମ୍ବିତ ରାତିରେ ବଡ ଧରଣର ଡକାୟତି । ୧୦ରୁ ଅଧିକ ମୁଖା ପିନ୍ଧା ଡକାୟତ ଏକ ବୋଲେରୋରେ ଆସି ଖୁଟୁଲୁମୁଣ୍ଡା ଯୌବନ ବାଗଙ୍କ ଘରେ ପଶି ନଗତ ୧୦ ହଜାର ଓ ୪ ଭରି ସୁନା ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯୌବନ ବାଗଙ୍କ କହିବା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୦ରୁ ଅଧିକ ମୁଖା ପିନ୍ଧା ଡକାୟତି ଆସିଥିଲେ । ସେମାନେ ପ୍ରଥମେ ଘରର ମୁଖ୍ୟ ଗେଟ୍ ରେ ଲାଗିଥିବା ତାଲାକୁ ଭାଙ୍ଗିଥିଲେ । ହାତରେ ଧାରୁଆ ମାରଣାସ୍ତ୍ର ଧରି ଘର ଲୋକଙ୍କୁ ଭୟଭୀତ କରି ଟଙ୍କା ଓ ସୁନା ନେଇ ଯାଇଥିଲେ । ଡକାୟତିର ଶିକାର ହୋଇଥିବା ଲୋକ ପୋଲିସକୁ ଖବର ଦେଇଦେବେ ବୋଲି ଭାବି ଡକାୟତମାନେ ସମସ୍ତଙ୍କ ଫୋନ୍ ମଧ୍ୟ ନେଇ ଯାଇଥିଲେ । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts