ଘର ଗ୍ରୀଲ୍ ତାଡି ଚୋରି, ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | June 25, 2022 IST

ବାଲିପାଟଣା ୨୫: ଘର ଗ୍ରୀଲ୍ ତାଡି ଚୋରୀ । ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ନିକଟ କଲେଜ ରାସ୍ତାରେ ଥିବା ମନୋଜ ମଣ୍ଡଳଙ୍କ ଘରୁ ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ ହଜାର ଟଙ୍କା ଚୋରି କରି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ମନୋଜଙ୍କ ପରିବାର ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବଖରାର କବାଟ ଖୋଲି ନଥିଲା । ପରେ ଘର ଝରକା ଗ୍ରୀଲ୍ ଭଙ୍ଗା ଯାଇଥିବା ମନୋଜ ଦେଖିଥିଲେ । ଘରେ ଥିବା ଆଲମାରୀରେ ଥିବା ୮୦ଗ୍ରାମ ସୁନା, ୫୮ ହଜାର ଟଙ୍କା ଚୋରି ହୋଇଥିଲା । ଝରକା ଗ୍ରୀଲ୍ ତାଡି ଚୋରମାନେ ଗ୍ରୀଲ୍ କୁ ଫିଙ୍ଗିଦେଇଛନ୍ତି । ଘଟଣାରେ ଏକ ଗ୍ୟାଙ୍ଗ ସଂପୃକ୍ତି ଥିବା ଅନୁମାନ କରୁଛି ପୋଲିସ । ବାଲିଅନ୍ତା ପୋଲିସ ଏବଂ ବାଳକାଟି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି । ଘରେ ଲଗାଯାଇଥିବା ସିସିଟିଭିରୁ ଚୋର ସମ୍ପର୍କରେ ଟେର୍ ପାଇବା ପାଇଁ ପୋଲିସ ଚେଷ୍ଟା କରୁଛି । ଫାଣ୍ଡି ପାଖ ଅଞ୍ଚଳରୁ ଏଭଳି ଚୋରିକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.