ବାଇକ୍ ଡିକି ଭାଙ୍ଗି ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍, ଚମ୍ପଟ ମାରିଲେ ୨ ଲୁଟେରା

Published By : Prameya-News7 Bureau | December 19, 2020 IST

ଖୋର୍ଦ୍ଧା ୧୯।୧୨: ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ ଭବାନୀଶ୍ବରୀ ମନ୍ଦିର ନିକଟରୁ ଡିକି ଭାଙ୍ଗି ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଭଗବାନ ସୁବୁଦ୍ଧି ନାମକ ବ୍ୟକ୍ତି ବାଇକ୍ ରଖି ଚା ଦୋକାନରେ ଚା ପାଉଥିବା ବେଳେ ଡିକି ଭାଙ୍ଗି ସୁନା ଅଳଙ୍କାର ଲୁଟିନେଲେ ପଲସରରେ ଆସିଥିବା ଦୁଇ ଦୁର୍ବୃତ୍ତ ।

{"id":379729,"sizeSlug":"large","linkDestination":"none"}

ସ୍ଥାନୀୟ ଲୋକେ ହୋ ହଲ୍ଲା କରିବାରୁ ମାରଣାସ୍ତ୍ର ଦେଖାଇ ଚମ୍ପଟ୍ ମାରିଲେ ଦୁଇ ଲୁଟେରା । ଏ ନେଇ ଜାଆଁଳା ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.