ସ୍ବାମୀ-ସ୍ତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ବାନ୍ଧିଦେଲେ, ଲୁଟି ନେଲେ ୮ ଭରି ସୁନା ଓ ଟଙ୍କା

Published By : Prameya-News7 Bureau | August 09, 2021 IST

ସମ୍ବଲପୁର ୯।୮: ବୁର୍ଲାରେ ସ୍ବାମୀ-ସ୍ତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ବାନ୍ଧି ଲୁଟି ନେଲେ ସୁନା ଓ ଟଙ୍କା । ବୁର୍ଲା ଗୋଳଗୁଣ୍ଡାରେ ସୋମବାର ଭୋରରୁ ଘଟିଛି ଏହି ଲୁଟ୍ ଘଟଣା । ୬-୭ଜଣ ଆସି ୮ ଭରି ସୁନା ଓ ୧୨ ହଜାର ଟଙ୍କା ଲୁଟି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋଳଗୁଣ୍ଡାରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ହୋତା ଓ ସ୍ତ୍ରୀ ସୁବାସିନୀ ହୋତା ଶୋଇଥିବାବେଳେ ଡକାୟତ ଦଳ ଝରକା ପଟେ ପଶି ଏହି କାଣ୍ଡ ଭିଆଇ ଫେରାର ମାରିଛନ୍ତି । ତେବେ ସୋମବାର ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଡକାୟତ ଦଳ ବେଡସିଟରେ ହାତ ବାନ୍ଧି ଏହା କାଣ୍ଡ ଭିଆଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.