ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 06, 2020 IST

କରଞ୍ଜିଆ ୬।୧୧: ପୁଣି କରଞ୍ଜିଆ ବଜାରରେ ଲୁଟ୍ । ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ ।

{"id":356920,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଣେ ମହିଳା ବ୍ୟାଙ୍କକୁ ଋଣ କରିବାକୁ ଆସିଥିଲେ । ଫେରିବା ବାଟରେ ତାଙ୍କଠାରୁ ସୁନା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ । କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସେହି ଅଞ୍ଚଳରେ ଅକ୍ଟୋବର ମାସ ୨୯ ତାରିଖରେ ମଧ୍ୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.