ଭିଏଡବ୍ଲୁଙ୍କଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 15, 2019 IST

ଉଦଳା ୧୫।୧୦: ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଉଦଳା ଥାନା ଦୁଗୁଧା ଗାଁ ରାସ୍ତାରେ ଭିଏଡବ୍ଲୁଙ୍କଠାରୁ ଲୁଟ୍ ହୋଇଛି ଟଙ୍କା । ଭିଏଡବ୍ଲୁଙ୍କ ଠାରୁ ୨ ଲକ୍ଷ ୮୬ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":170407}

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦୁଗୁଧା ପଂଚାୟତରେ ଆଜି ଭତା ବଣ୍ଟନ ବାରି ଥିଲା । ଫଳରେ ପଂଚାୟତର ଭିଏଡବ୍ଲୁ ଭତ୍ତା ବଂଟନ କରିବା ନିମନ୍ତେ ଉଦଳା ଆଇସିଆଇସିଆଇ ବ୍ୟାଙ୍କରୁ ୨ ଲକ୍ଷ ୮୬ ହଜାର ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖି ସ୍ଥାନୀୟ ଥାନା ଅନ୍ତର୍ଗତ ଦୁଗୁଧା ପଂଚାୟତକୁ ଯାଉଥିଲେ । ତେବେ ଦୁଗୁଧା ଗ୍ରାମ ପୂର୍ବରୁ କେନାଲ ରାସ୍ତା ନିକଟରେ ତିନି ଜଣ ଯୁବକ ଏକ ହୋଣ୍ଡା ସାଇନ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ପରେ ସେଠାରେ ତାଙ୍କୁ ମାରପିଟ୍ କରିବା ସହିତ ଗାଡି ଡିକିରୁ ସମସ୍ତ ଭତ୍ତା ଟଙ୍କା ସହିତ ତାଙ୍କ ମୋବାଇଲ ଲୁଟିନେଇ ଫେରାର ହୋଇଯାଇଥିଲେ । ଭିଏଡବ୍ଲୁ ତୁରନ୍ତ ଏ ନେଇ ଉଦଳା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଦିନ ଦ୍ବିପ୍ରହରରେ ଏଭଳି ଲୁଟ୍ ହେବା ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.