suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଦୁଇଟି ଘରର ଗ୍ରୀଲ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ତଦନ୍ତ ଆରମ୍ଭ

14/03/2023 at 11:04 AM

ଢେଙ୍କାନାଳ ୧୪।୩: ଢେଙ୍କାନାଳ ସହରରେ ଗୋଟିଏ ରାତିରେ ଦୁଇ ଦୁଇଟି ଲୁଟ୍ । ଗ୍ରୀଲ୍ ତାଡି ନଗଦ ଟଙ୍କା ଓ ସୁନାଗହଣା ଲୁଟିନେଲେ ଲୁଟେରା । ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହି ଲୁଟ୍ ଘଟଣା ପରେ ଢେଙ୍କାନାଳ ସହରରେ ଲୁଟେରା ମାନେ ସକ୍ରିୟ ହୋଇପଡିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସହର ମୀନାବଜାର ଜଗନ୍ନାଥ ବିହାର ଅଞ୍ଚଳରେ ରହୁଥିବା ବିଦ୍ୟାଧର ପରିଡା ନାମକ ଜଣେ ଚାଉଳ ବ୍ୟବସାୟୀଙ୍କ ଘର ପଛପଟ ଗ୍ରୀଲ୍ ତାଡି ଘରେ ପଶି ଲୁଟ୍ ହୋଇଛି । ଲୁଟେରାମାନେ ତାଙ୍କ ଘରୁ ନଗଦ ୩୦ ହଜାର ଟଙ୍କା, ପ୍ରାୟ ୩ ଭରିର ସୁନା ଗହଣା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ଲୁଟି ନେଇଛନ୍ତି ।

ସେହିଭଳି ତାଙ୍କ ଘର ନିକଟରେ ରହୁଥିବା ସୁଜିତ ନାୟକ ନାମକ ଜଣେ ବ୍ୟବସାୟୀଙ୍କ ପରିବାର ଅନୁପସ୍ଥିତିର ସୁଯୋଗରେ ଘର ଗ୍ରୀଲ୍ ତାଡି ଲୁଟିଛନ୍ତି । ତାଙ୍କ ଘରୁ ମଧ୍ୟ ନଗଦ ଟଙ୍କା ଓ ସୁନା ଗହଣା ବିଭିନ୍ନ ସାମଗ୍ରୀ ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଇଥିବା ଜଣାପଡ଼ିଛି । ଖବର ପାଇ ଟାଉନ ପୋଲିସ ପହଞ୍ଚି ପୋଲିସ ଅନୁସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି ।

   Related Posts