ଭୁବନ ଅଞ୍ଚଳରୁ ସିରିଜ ଚୋରି, ଦୁଇଟି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ପିତ୍ତଳ ବାସନ

Published By : Prameya-News7 Bureau | December 14, 2023 IST

ଭୁବନ ୧୪।୧୨: ବାହାର ପଟୁ ତାଲା ପକାଇ ଦୁଇଟି ଘରୁ ସିରିଜ ଲୁଟ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗ୍ରାମରେ ରଞ୍ଜନ ଦାଶ ବୁଧବାର ରାତିରେ ବାହାଘର ଭୋଜି ଖାଇବାକୁ ପଳାଇ ଯାଇଥିଲେ । ସ୍ତ୍ରୀ ମମତା ଦାଶ ପିଲାମାନଙ୍କୁ ନେଇ ଘରେ ଶୋଇଥିଲେ । ରାତ୍ରି ପ୍ରାୟ ଦୁଇଟା ସମୟରେ ମମତାଙ୍କୁ ବାହାର ପଟୁ ଲକ୍ କରି ଅନ୍ୟ ଏକ ଘରେ ଥିବା ଆଲମାରୀ ତାଡିଥିଲେ । ଆଲମାରୀରେ ଥିବା ଅଢେଇ ଲକ୍ଷ ଟଙ୍କାର ସୁନାଗହଣା ଓ ଗ୍ରୁପ ଡିପୋଜିଟ ୧୫ ହଜାର ଲୁଟି ଛୁ ମାରିଲେ ଦୁର୍ବୃତ୍ତ । ରଞ୍ଜନ ଦାଶ ରାତି ୩ଟା ୩୦ ମିନିଟ ସମୟରେ ଘରକୁ ଫେରି ଦେଖିଲେ ଘର ଖୋଲା ରହିଛି ଓ ଆଲମାରୀରେ ଥିବା ସମସ୍ତ ଜିନିଷ ତଳେ ପଡିଛି । ସ୍ତ୍ରୀଙ୍କୁ ଉଠାଇ ଦେଖିବା ପରେ ଘରେ କଳାକନା ବୁଲାଇଦେଇଛନ୍ତି ଦୁର୍ବୃତ୍ତ ।

ସେହିପରି ଗ୍ରାମର ଭ୍ରମରବର ସେଠୀଙ୍କ ଘରୁ କବାଟ ତାଡି ଦୁଇ ବସ୍ତା ପିତ୍ତଳ ଓ କଂସାର ସାମଗ୍ରୀ ଲୁଟିନେଲେ । ଭ୍ରମରବର ବହୁ କଷ୍ଟ କରି ଝିଅକୁ ଦେବା ପାଇଁ ଦୁଇ ବସ୍ତା ବାସନ ସଂଗ୍ରହ କରିଥିଲେ । ତେବେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯିବ ବୋଲି ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/three-bears-were-spotted-in-malkangiri-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-bears-were-spotted-in-malkangiri-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.