ଧବଳେଶ୍ଵର ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା, ଦାନ ପେଟି ଭାଙ୍ଗି ନେଇଗଲେ ଟଙ୍କା
2/03/2023 at 11:48 AM

ଟିଟିଲାଗଡ ୨।୩: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କୁମୁଡା ପାହାଡ ସ୍ଥିତ ପ୍ରସିଦ୍ଧ ଧବଳେଶ୍ୱର ବାବାଙ୍କ ମନ୍ଦିରରୁ ଚୋରି । ମୁଖ୍ୟଦ୍ୱାରରେ ଥିବା ଦୁଇଟି ତାଲାକୁ ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ମନ୍ଦିର ଭିତରେ ଥିବା ଦାନ ପେଟି ଭାଙ୍ଗି ଟଙ୍କା ନେଇଥିବା ଅଭିଯୋଗ ହେଉଛି । ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଟିଟିଲାଗଡ ଅଞ୍ଚଳରେ ବର୍ତ୍ତମାନ ମନ୍ଦିରରୁ ଚୋରୀ ବଢିବାରେ ଲାଗିଛି । କିଛି ଦିନ ଆଗରୁ ତୁଷରା ସମଲେଶ୍ଵରୀ ମନ୍ଦିରର ଦାନ ପେଟି ଭାଙ୍ଗିଥିବା ବେଳେ ଗୁରୁବାର ପୁଣି ଥରେ ଟିଟିଲାଗଡ଼ ଶିବ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ତେବେ କେବଳ ଦାନ ପେଟି ନା ଆଉ କଣ କଣ ଚୋରି ହୋଇଛି ତାହା ତଦନ୍ତ ପରେ ଜଣାପଡିବ ।
Related Posts
୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଧରାପଡିଲେନି ବେପାରୀ
27 March 2023
ନଦୀରେ ବୁଡି ଯାଇ ୩ ନିଖୋଜ, ଜଣେ ଉଦ୍ଧାର
27 March 2023