ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ଗ୍ରୀଲ୍ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

Published By : Prameya-News7 Bureau | June 29, 2022 IST

ପାଟଣା ୨୯।୬: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହାସହ ଡକାୟତି, ଲୁଟ୍ ଆଦି ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରାମାନେ ମୁରୁସୁଆଁ ଗାଁର ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଛନ୍ତି । ଗ୍ରାମର ଜ୍ୟୋତି ରଞ୍ଜନ ସେଠୀ ତାଙ୍କ ଦୁଇ ଝିଅଙ୍କ ବାହାଘର ପାଇଁ ରଖିଥିବା ସୁନା ଗହଣା ସହ ନଗଦ ୧୦ ହଜାରରୁ ଅଧିକ ଟଙ୍କା ଲୁଟିନେଇଛନ୍ତି ଲୁଟେରା ।

{"id":648922,"sizeSlug":"full","linkDestination":"none"}

ଏହାସହ ଶିକ୍ଷକ ଦୁର୍ଯ୍ୟୋଧନ ସାହୁଙ୍କ ଘରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତୁରୁମୁଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ଚୋରି ବୃଦ୍ଧି ପାଉଥିଲେ ମଧ୍ୟ ଏଯାଏଁ କୌଣସି ଲୁଟେରାଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ପାରିନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାତ୍ର କାଳୀନ ପାଟ୍ରୋଲିଂକୁ କଡାକଡି କରିବା ସହ ଖୁବଶୀଘ୍ର ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.