ଦିନ ଦ୍ବିପ୍ରହରରୁ ଶିକ୍ଷକଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ
12/09/2023 at 4:53 PM

କଣ୍ଟାବାଞ୍ଜି ୧୨।୯: ଦିନ ଦ୍ବିପ୍ରହରରେ ଶିକ୍ଷକଙ୍କ ଘରୁ ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ହନୁମାନ ମନ୍ଦିର ନିକଟରେ ଥିବା ଶିକ୍ଷକଙ୍କ ଘରୁ ଦିନ ଦ୍ବିପ୍ରହରରୁ ଲୁଟ୍ କରି ଫେରାର ମାରିଛନ୍ତି ଦୁର୍ବୃତ୍ତ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ହନୁମାନ ମନ୍ଦିର ନିକଟରେ ରହୁଛନ୍ତି ଶିକ୍ଷକ ଜଗତ କୁଅଁର । ମଙ୍ଗଳବାର ସକାଳ ୧୦ଟା ସମୟରେ ସ୍କୁଲ ଯାଇଥିବା ବେଳେ ସ୍ତ୍ରୀ ବେଲପଡା ଡାକ୍ତରଖାନାରେ ଏଏନଏମ ଥିବାରୁ ସେ ଡାକ୍ତରଖାନା ଯାଇଥିଲେ ଏହାର ଫାଇଦା ଉଠାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବାରୁ ବାଡ଼ ଡେଇଁ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିକି ଫେରାର ମାରିଛନ୍ତି ଦୁର୍ବୃତ୍ତ । ଡାକ୍ତରଖାନାରୁ ଘରକୁ ଫେରି ଦେଖିବାରୁ ଘର କବାଟର ତାଲା ଭାଙ୍ଗିଥିବାରୁ ଦେଖି ସ୍ବାମୀଙ୍କୁ ଜଣାଇଥିଲେ ଘର ଆଲମିରା ଦେଖିବାରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଲୁଟିନେଇଥିବା ଶିକ୍ଷକ କହିଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ସନ୍ଧ୍ୟାରେ ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ଅଧିକ ତଦନ୍ତ କରିବ ପୋଲିସ l
You Can Read :