ପିଏନ୍ବି ବ୍ୟାଙ୍କ୍ରୁ ଟଙ୍କା ଲୁଟ୍, ସଟର ତାଡି ଲୁଟିନେଲେ ଟଙ୍କା
18/09/2023 at 11:44 AM

ଭୋଗରାଇ ୧୮।୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦାରୁହା ଶାଖାରୁ ଲୁଟ୍ । ବିଳମ୍ବିତ ରାତିରେ ତାଲା କାଟି ସଟର ତାଡି ଲୁଟିନେଲେ ଦୁର୍ବୁର୍ତ୍ତ ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦାରୁହା ଶାଖାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ତାଲା କାଟିବା ସହିତ ସଟରକୁ ଗ୍ୟାସ୍ କଟରରେ କାଟି ଭିତରକୁ ପଶି ଲୁଟ କରିଥିବା ଅଭିଯୋଗ ହେଇଛି । ଲୁଟ୍ କରିବା ପୂର୍ବରୁ ସିସିଟିଭିରେ କାର୍ଟୁନ ଘୋଡାଇ ଦେଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ପ୍ରକୃତରେ କେତେ ଭିତରୁ କେତେ ଟଙ୍କା ଚୋରି ହୋଇଛି ଜଣାପଡିବ ।
You Can Read :
Related Posts
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023
ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ପଶିଲା ପାଣି, ବେଡ୍ ନଥିବାରୁ ରୋଗୀ ହନ୍ତସନ୍ତ
30 September 2023