ସ୍ପଷ୍ଟ ଦିବାଲୋକରେ ଲୁଟ୍, ଭୁଜାଲି ଦେଖାଇ ପିଇଓଙ୍କଠୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | February 17, 2021 IST

ଉଦଳା ୧୭।୨: ଉଦଳା ଥାନା ଅନ୍ତର୍ଗତ ତାରିଣୀ ମନ୍ଦିର ନିକଟରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରି ଲୁଟ୍ ହୋଇଛି । ଉଦଳା ବ୍ଲକ ଦୁଗୁଧା ପଞ୍ଚାୟତର ପିଇଓ ପ୍ରଦ୍ୟୁମ୍ନ କୁମାର ନାୟକ ଭତା ବଣ୍ଟନ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ଦୁଗୁଧା ତାରିଣୀ ମନ୍ଦିର ନିକଟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଭୁଜାଲିରେ ପିଇଓ ପ୍ରଦ୍ୟୁମ୍ନଙ୍କୁ ଆକ୍ରମଣ କରିଥିଲେ । ଏହାସହ ତାଙ୍କ ଗାଡି ଡିକି ଭାଙ୍ଗି ସେଥିରେ ଥିବା ଭତ୍ତା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦୁର୍ବୃତ୍ତ ଲୁଟି ନେଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ପିଇଓ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

{"id":410259,"sizeSlug":"large","linkDestination":"none"}

ଗତ ୨୦୧୯ ମସିହା ଅକ୍ଟୋବର ମାସରେ ମଧ୍ୟ ଏହି ପିଇଓଙ୍କୁ ଉକ୍ତ ଘଟଣାସ୍ଥଳରେ ତିନି ଜଣ ଦୁର୍ବୃତ୍ତ ଆକ୍ରମଣ କରି ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଥିଲେ । ଯେଉଁ ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ ଅଭିଯୁ‌କ୍ତଙ୍କୁ ଗିରଫ କରିପାରିନାହିଁ । ତେବେ ଆଜି ପୁନଶ୍ଚ ସଂପୃକ୍ତ ପିଇଓଙ୍କ ଉପରେ ଆକ୍ରମଣ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.