ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି, ହୁଣ୍ଡି ତାଲା କାଟିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 07, 2023 IST

ସୁବର୍ଣ୍ଣପୁର ୭୭: ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିର ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗୁରୁବାର ରାତିରେ ଲୁଟ୍ ଘଟଣା ଘଟିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

{"id":813748,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଇ ସ୍ଥିତ ଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିର ହୁଣ୍ଡିରୁ ତାଲା କାଟି ଚୋରି । ଗୁରୁବାର ରାତିରେ କେହି ଦୁର୍ବୃତ୍ତ ମନ୍ଦିର ଆଗରେ ଥିବା ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଶୁକ୍ରବାର ପୂଜକ ମନ୍ଦିର ଖୋଲିବା ସମୟରେ ଏହା ଜାଣିବାକୁ ପାଇଥିଲେ । ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ । କମିଟି ପକ୍ଷରୁ ଏନେଇ ବୀରମହାରାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ପରିଚାଳନା କମିଟିର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ହୁଣ୍ଡିକୁ ଭାଙ୍ଗି କିଛି ଦୂରରେ ପକାଇ ଦେଇଥିବା ଦେଖିବାକୁ ମିଳିଛି ।

You Can Read :

wp:embed {"url":"https://www.prameyanews7.com/monsoon-normal-in-last-24-hours-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/monsoon-normal-in-last-24-hours-in-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.