ନୀଳକଣ୍ଠେଶ୍ଵର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ପୂଜା ସରଞ୍ଜାମ ସହ ଲୁଟିନେଲେ ହୁଣ୍ଡି ଟଙ୍କା

Published By : Prameya-News7 Bureau | August 23, 2022 IST

ସାନଖେମୁଣ୍ଡି ୨୩।୮: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ଛକ ନିକଟରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଲୁଟ୍ କରିଛନ୍ତି ।ସକାଳୁ ସକାଳୁ ମନ୍ଦିରର ପୂଜାରୀ ମନ୍ଦିର ଖୋଲିବା ପାଇଁ ଆସି ଦେଖିଲା ବେଳକୁ ମନ୍ଦିରର ମୁଖ୍ୟ ତାଲା ଭଙ୍ଗାଯିବା ସହ ଦାନ ହୁଣ୍ଡି ୨ଟି ଭାଙ୍ଗି ଦେଇଛନ୍ତି । ଏହାସହ ଦୁଇଟି ଷ୍ଟୋର ରୁମ୍‌ର ତାଲା ଭାଙ୍ଗି ମନ୍ଦିରରେ ବ୍ୟବହାର ହେଉଥିବା ପିତ୍ତଳ ବାଲଟି, କିଛି ପିତ୍ତଳ ସାମଗ୍ରୀ, ଦାନ ହୁଣ୍ଡିରୁ ଟଙ୍କା, ସାଉଣ୍ଡ ମେସିନ, ପାଣି ମୋଟର ସହ କିଛି ଲୁଗାପଟା ଚୋରି କରି ନେଇଯାଇଛନ୍ତି ।

{"id":674743,"sizeSlug":"full","linkDestination":"none"}

ମନ୍ଦିରଟି ନଦୀ କଡରେ ଥିବା ବେଳେ ନିକଟରେ କୌଣସି ଘର ନଥିବା ହେତୁ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଥିବା ଜଣାପଡିଛି ।ବିଭିନ୍ନ ଦାନ ହୁଣ୍ଡିରେ ପ୍ରାୟ ୧୦ ହଜାରରୁ ଅଧିକ ଟଙ୍କା ଥିବା ମନ୍ଦିର କମିଟି ପ୍ରକାଶ କରିଛନ୍ତି ।ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.