ସୁନା ଦୋକାନରୁ ସଶସ୍ତ୍ର ଡକାୟତି, ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ
10/02/2020 at 7:33 AM

ବାରଙ୍ଗ ୧୦।୨: ବାରଙ୍ଗରେ ଏକ ସୁନା ଦୋକାନରୁ ସଶସ୍ତ୍ର ଡକାୟତି ହୋଇଛି । ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଲୁଟେରା । ବାରଙ୍ଗ ଥାନା ଗୋଡିସାହି ବଜାରରେ ଥିବା ଲଳିତା ଜୁଏଲର୍ସ ନାମକ ସୁନା ଦୋକାନରୁ ଏହି ଡକାୟତି ହୋଇଛି ।

ସୂଚନାଯୋଗ୍ୟ ଯେ, ରବିବାର ରାତି ୯ଟା ସମୟରେ ବାରଙ୍ଗ ଗୋଡିସାହି ବଜାରରେ ଥିବା ଲଳିତା ଜୁଏଲର୍ସରେ ୬ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିଥିଲେ । ପ୍ରଥମେ କ୍ୟାସରେ ବସିଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିବା ପରେ ବାକି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଆକ୍ରମଣ କରିଥିଲେ ।

ସିସିଟିଭି ହାର୍ଡଡିସ୍କ, କ୍ୟାସବାକ୍ସରୁ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇ ଫେରାର ହୋଇଯାଇଥିଲେ । ଖବରପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟମାନଙ୍କ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।