ସଟର ତାଡି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟିନେଲେ ଦୁର୍ବୃତ୍ତ
1/04/2023 at 3:56 PM

ଜଳେଶ୍ବର ୧।୪: ଗହଣା ଦୋକାନ ସଟର ତାଡି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନୂଆବଜାର ଛକଠାରେ ଥିବା ମା’ ତାରିଣୀ ଜୁଏଲାରୀ ନାମକ ଗହଣା ଦୋକାନର ମାଲିକ ଅଜୟ କୁମାର କାମିଲା ଶୁକ୍ରବାର ୧୦ଟା ସମୟରେ ଦୋକାନ ବନ୍ଦ କରି ଯାଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସଟର ତାଲା କାଟି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ରୂପା ଗହଣା ଲୁଟି ନେଇଥିବା ଦୋକାନ ମାଲିକ ଶନିବାର ସକାଳ ସମୟରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ, ଜଳେଶ୍ୱର SDPO ଦିଲ୍ଲୀପ ସାହୁ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।