ବନ୍ଧୁକ ମୁନରେ ଲୁଟ୍, ସାମ୍ବାଦିକଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ

Published By : Prameya-News7 Bureau | December 26, 2020 IST

ଖଲ୍ଲିକୋଟ ୨୬।୧୨: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଘାଟି ପାଲଟିଛି ଡକାୟତମାନଙ୍କ ଅଡ୍ଡାସ୍ଥଳୀ । ଦିନ ଦ୍ବିପ୍ରହରରେ ଲୁଟର ଶିକାର ହେଉଛନ୍ତି ସାଧାରଣ ଜନତା । ଶୁକ୍ରବାର ଘାଟିରେ ଜଣେ ସାମ୍ବାଦିକ ଲୁଟ୍ ର ଶିକାର ହୋଇଛନ୍ତି ।

{"id":383068,"sizeSlug":"large","linkDestination":"none"}

ବ୍ରହ୍ମପୁରର ଜଣେ ସାମ୍ବାଦିକ ନିଜ ବାଇକରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଭିମୁଖେ ମାନାପୁରମ୍ ଗୋଲ୍ଡ ଲୋନ୍ ଅଫିସକୁ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡିକୁ ଅଟକାଇ ବନ୍ଧୁକ ଓ ଖଣ୍ଡା ଦେଖାଇ ତାଙ୍କଠାରୁ ୨ ଲକ୍ଷ ୧୧ ହଜାର ଟଙ୍କା, ଏଟିଏମ କାର୍ଡ ମଧ୍ୟ ଲୁଟ୍ କରି ଚମ୍ପଟ ମାରିଥିଲେ । ଏ ନେଇ ସାମ୍ବାଦିକ ଜଣଙ୍କ ଖଲ୍ଲିକୋଟ ଥାନାରେ ଦ୍ବାରସ୍ଥ ହୋଇଥିଲେ । ଅତିରିକ୍ତ ଏସପି, ଏସଡିପିଓ ଓ ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.