ସୁନା ଦୋକାନୀଙ୍କ ଘରୁ ସଶସ୍ତ୍ର ଡକାୟତି, ଦୋକାନୀ ଏବଂ ପତ୍ନୀଙ୍କୁ ବାନ୍ଧି ଲୁଟିନେଲେ ସୁନା ଅଳଙ୍କାର

Published By : Prameya-News7 Bureau | July 24, 2019 IST

ମହାକାଳପଡା ୨୪|୭: କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ରାମନଗରରୁ ସୁନା ଦେକାନୀଙ୍କ ଘରୁ ସସସ୍ତ୍ର ଡକାୟତି ହୋଇଛି । ଦୁଇ ଜଣ ଦୁର୍ବୃତ୍ତ  ଘରୁ ଲକର ଭାଙ୍ଗି ସୁନା ଅଳଙ୍କାର ସହିତ ୫ହଜାର ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ରାମନଗର ବଜାରରେ ବିଶୁ ରାୟଙ୍କ ସୁନା ଦୋକାନ ରହିଛି ।

{"id":136866}

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରାୟ ୮ଟା ସମୟରେ ବିଶୁ ରାୟଙ୍କ ସ୍ତ୍ରୀ ମିନା ରାୟ ଘରେ ଏକୁଟିଆ ଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବିଶୁ ରାୟକୁ ଖୋଜିଥିଲେ । ଖୋଜିବାର କାରଣ ସଂପର୍କରେ ପଚାରିବାରୁ କହିଥିଲେ ନିମନ୍ତ୍ରଣ କରିବା ପାଇଁ ଆସିଛୁ । ପାଣି ମାଗିବା ବାହାନାରେ ଘର ଭିତରକୁ ପସିଯାଇଥିଲେ । ଏହାକୁ ମିନା ରାୟ ବିରୋଧ କରିବାରୁ ତାକୁ ବାନ୍ଧି ପକାଇ ଦେଇଥିଲେ । ଲକର ଚାବି ନେଇ ଲୁଟ୍ କରିଥିଲେ । ମିନା କଷ୍ଟରେ ହାତକୁ ଫିଟାଇ ସ୍ବାମୀ ବିଶୁ ରାୟଙ୍କୁ ଫୋନ କରିଥିଲେ ମାତ୍ର ଫୋନକୁ ଛଡାଇ ନେଇଥିଲେ ଦୁର୍ବୃତ୍ତ । ଏହାପରେ ବିଶୁ ଘରେ ପଂହଚିଲା ପରେ ତାଙ୍କୁ ମଧ୍ୟ କାବୁ କରିନେଇଥିଲେ । ନିକଟରେ ଥିବା ପଡୋଶୀ ଚନ୍ଦନା ସରକାର ଆସି ପଂହଚିଲା ବେଳକୁ ତାଙ୍କୁ ମଧ୍ୟ ଘରେ ପୁରାଇ ବନ୍ଦ କରିଦେଇଥିଲେ ।  ଘରୁ ସମସ୍ତ ମୂଲ୍ୟବାନ ଜିନିଷ ଆନୁମାନିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଜିନିଷ ଲୁଟି ନେଇ ଚାଲି ଯାଇଥିଲେ । ଏନଇ ବିଶୁ ଜମ୍ବୁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପଂହଚି ଘଟଣା ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.