ମାର୍ଶାଘାଇରେ ସିରିଜ୍ ଲୁଟ୍, ସୁନା ଦୋକାନ ପରେ ପେଟ୍ରୋଲ ପମ୍ପ୍‌କୁ କଲେ ଟାର୍ଗେଟ୍

Published By : Prameya-News7 Bureau | December 20, 2019 IST

ମାର୍ଶାଘାଇ ୨୦।୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମାର୍ଶାଘାଇ ଅଞ୍ଚଳରେ ଦୁଇଟି ସ୍ଥାନରେ ଧକାୟତଙ୍କ ଲୁଟ୍ ଉଦ୍ୟମ । ପ୍ରଥମେ ସୁନା ଦୋକାନ ପରେ ପାଞ୍ଚ ନମ୍ବର (କ) ଜାତୀୟ ରାଜପଥ ମାର୍ଶାଘାଇ କ୍ରସିଂ ଛକ ଓ ହଜାରି ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି ।

{"id":200029,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଲୁଟେରାମାନେ ଦୁଇଟି ବାଇକରେ ୫ ଜଣ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଇଥିବା ଜଣାପଡିଛି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ସଠିକ୍ ଜଣାପଡିନଥିବା ବେଳେ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ଆକଳନ କରାଯାଉଛି । ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.