ଜଗନ୍ନାଥ ମନ୍ଦିରରୁ ଚୋରି, ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | June 04, 2022 IST

ଧର୍ମଗଡ ୪।୬: ଜଗନ୍ନାଥ ମନ୍ଦିରରୁ ଚୋରି । ଭଗବାନଙ୍କ ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଚୋର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳୁ ମନ୍ଦିରର ପୂଜକ ଭଗବାନଙ୍କ ନୀତିକାନ୍ତି ପାଇ ଆସିଥିବା ବେଳେ ମନ୍ଦିରର ତିନୋଟି ଦ୍ଵାରର ତାଲା କାଟି ଗେଟ୍ ଖୋଲାଥିବା ଦେଖିଥିଲେ । ମନ୍ଦିର ଭିତରକୁ ଯାଇ ଦେଖିବା ପରେ ତିନି ଠାକୁରଙ୍କ ୩ଟି ରୂପା ମୁକୁଟ ଏବଂ ଅନେକ ଅଳଙ୍କାର, ଦାନ ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ସହିତ ଅନେକ ଜିନିଷପତ୍ର ଚୋରି ହୋଇଥିବା ପୂଜକ ଅଭିଯୋଗ କରିଛନ୍ତି । ଭଗବାନଙ୍କ ମନ୍ଦିରରେ ଚୋରି ହୋଇଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜୟପାଟଣା ପୋଲିସ ଘାଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.