ଘର ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

Published By : Prameya-News7 Bureau | October 20, 2019 IST

ପାରାଦୀପ ୨୦।୧୦: ପାରାଦୀପ ଭୂତମୁଣ୍ଡାଇ ଗାଁରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍  । ଲକ୍  ଥାନା ଭୂତମୁଣ୍ଡାଇ ଗାଁର ପ୍ରଶନ୍ନ ସ୍ବାଇଁଙ୍କ ଘର ଝରକା ତାଡ଼ି ୧୩ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାହାରେ ଚାକିରି କରିଥିବା ପ୍ରଶନ୍ନ ଛୁଟି ନେଇ କିଛି ଦିନ ହେବ ଘରକୁ ଆସିଥିଲେ । ଗତକାଲି ସମ୍ପର୍କୀୟଙ୍କ ଘରକୁ ଯେ ଯାଇଥିବା ବେଳେ ତାଙ୍କ ଘରୁ ଡକାୟତି ହୋଇଛି । ଘଟଣା ନେଇ ପ୍ରଶନ୍ନଙ୍କ ପରିବାର ପକ୍ଷରୁ ଲକ୍  ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.