ଘରେ ତାଲା ପକାଇ ରଥଯାତ୍ରା ଅପେରା ଦେଖିବାକୁ ଯାଇଥିଲେ ପରିବାର, ରାତି ଅଧରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Published By : Prameya-News7 Bureau | June 27, 2023 IST

ମୋହନା ୨୭।୬: ଘରେ ତାଲା ପକାଇ ରଥଯାତ୍ରା ଅପେରା ଦେଖିବାକୁ ଯାଇଥିଲେ ପରିବାର ଲୋକେ । ବିଳମ୍ବିତ ରାତିରେ ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ । ନେଇଗଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ଘଟିଛି ଏଭଳି ଲୁଟ୍ ଘଟଣା ।

{"id":809217,"width":739,"height":406,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଗାଁର ଶ୍ରୀକାନ୍ତ ପଣ୍ଡାଙ୍କ ପରିବାର ଲୋକେ ଘରେ ତାଲା ପକାଇ ରଥଯାତ୍ରା ଅପେରା ଦେଖିବାକୁ ଯାଇଥିଲେ । ଭୋର ୪ଟାରେ ଘରକୁ ଫେରିବା ପରେ ଘର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ଏଥିସହ ଘରେ ଥିବା ୧୫ ଭରି ସୁନା ଓ ୧୮ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ପରିବାର ଲୋକେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୋହନା ପୋଲିସ ଘଟଣାର ତଦନ୍ତ କରୁଛି l

You Can Read :

wp:embed {"url":"https://www.prameyanews7.com/youth-missing-found-from-son-river-in-nilagiri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-missing-found-from-son-river-in-nilagiri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.