ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
24/03/2023 at 11:30 AM

କାମାକ୍ଷାନଗର ୨୪।୩: ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍ । କାମାକ୍ଷାନଗରରେ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ଲୁଟ୍ ହୋଇଛି । ଘଟଣାସ୍ଥଳରେ କଙ୍କଡାହାଡ ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ସଶାପଷି ତାରିଣୀ ମନ୍ଦିର ନିକଟରୁ ଲୁଟ୍ ହୋଇଛି । ମାରଣାସ୍ତ୍ର ଦେଖାଇ ଗ୍ରାହକ ସେବାକେନ୍ଦ୍ର ମାଲିକ ରଶ୍ମୀରଞ୍ଜନ ପଣ୍ଡାଙ୍କଠାରୁ ଲୁଟ୍ ହୋଇଛି । ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଘରୁ ଟଙ୍କା ନେଇ କଙ୍କଡାହାଡ ସ୍ଥିତ ନିଜ ଗ୍ରାହକ ସେବାକେନ୍ଦ୍ରକୁ ଯାଉଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ ରଶ୍ମୀରଞ୍ଜନ । କଳା ରଙ୍ଗର ପଲସର ଗାଡିରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ । ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023