ଟଙ୍କା ଉଠାଇ ଫେରିବା ବେଳେ ଲୁଟ୍, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
11/03/2023 at 3:18 PM

ଭଦ୍ରକ ୧୧।୩: ଟଙ୍କା ଉଠାଇ ଫେରିବା ବେଳେ ଅଟକାଇଲେ, କିନ୍ତୁ ଡ଼ିକିରୁ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ନେଇ ଛୁ ମାରିଲେ ଲୁଟେରା । ଭଦ୍ରକ ଟାଉନ ଥାନା ଅଧିନ ଜିଲ୍ଲା ହେଡ୍ ପୋଷ୍ଟ ଅଫିସ୍ ନିକଟରେ ଲୁଟ୍ ଘଟଣା ଘଟିଛି । ଏ ନେଇ ଟାଉନ ଥାନାରେ ଲିଖିତ ଏତଲା ଦିଆଯାଇଛି ।

ଅଭିଯୋଗ ଅନୁଯାୟୀ, ମଠସାହି ଅଞ୍ଚଳର ଡାକ୍ତର ନିର୍ମଳ ଚନ୍ଦ୍ର ପଣ୍ଡା ହେଡ୍ ପୋଷ୍ଟଅଫିସରୁ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିଲେ । ଜନଗହଳି ହୋଇଥିବାରୁ ତାଙ୍କୁ ଜନୈକ ଯୁବକ ଅଟକାଇ କିଛି ସମୟ କଥା ହୋଇଥିଲେ ଓ ପଳାଇଥିଲେ । ତେବେ ଡାକ୍ତର ଜଣକ ସେଠାରୁ କିଛି ବାଟ ଯିବା ପରେ ଗାଡି ଡ଼ିକି ଖୋଲାଥିବା ଦେଖି ଖୋଜିବାରୁ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ନଥିଲା । ବହୁ ଖୋଜାଖୋଜି କରିବା ପରେ ଭଦ୍ରକ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି ।
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023