ମାତିଲେ ଲୁଟେରା, ATM ତାଡି ଲୁଟିନେଲେ ୪ଲକ୍ଷରୁ ଅଧିକ ଟଙ୍କା

Published By : Prameya-News7 Bureau | August 27, 2022 IST

ଯାଜପୁର ରୋଡ ୨୭।୮: ଯାଜପୁରରେ ପୁଣି ମାତିଲେ ଏଟିଏମ୍ ଲୁଟେରା । ଯାଜପୁର ଜିଲ୍ଲା କୁଆଖିଆ ଥାନା ହରିପୁର ବଜାରରେ ଥିବା ଆକ୍ସିସ ବ୍ୟାଙ୍କ୍ ଏଟିଏମ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଦୁର୍ବୃତ୍ତମାନେ ଏଟିଏମ୍ ସଟର ତାଡି ଏଟିଏମ୍ ମେସିନ ଭାଙ୍ଗି ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ସ୍ଥାନୀୟ ବ୍ୟବସାୟୀ ଏଟିଏମ୍ ମେସିନ ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି । ତେବେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛିବ।

ଗତ ୨ ଦିନ ତଳେ ମଧ୍ୟ ଧର୍ମଶାଳା ଥାନା ନେଉଳପୁର ବଜାରରୁ ଏଟିଏମ୍ ମେସିନ୍ ତାଡି ନେଇଥିଲେ ଦୁର୍ବୃତ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.