ମାତିଲେ ଲୁଟେରା : ସିରିଜ୍ ଲୁଟ୍ କଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ

Published By : Prameya-News7 Bureau | October 11, 2019 IST

ସୋର ୧୧।୧୦:  ସୋର ଅଞ୍ଚଳରେ ମାତିଲେ ଲୁଟେରା । ସିରିଜ୍ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ଗୋପାଳପୁର ସାଇ ଅଟୋମୋବାଇଲ ଫାଇନାନ୍ସର ମନୋଜ ମହାନ୍ତି ବାଇକ୍ ଯୋଗେ ନିଜ ଗ୍ରାମ ସାରୁପଦା ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଛଅପୋଲିଆଠାରେ ୩ଜଣ ଲୁଟେରା ମନୋଜଙ୍କ ବାଇକ୍ ଅଟକାଇଥିଲେ । ବନ୍ଧୁକ ଓ ଭୁଜାଲି ଦେଖାଇ ୨୧ହଜାର ଟଙ୍କା ସହ ମୋବାଇଲ ଛଡାଇ ନେଇଛନ୍ତି ।

ସେହିପରି ବାଲେଶ୍ବରରୁ ଭଦ୍ରକ ଯାଉଥିବା ରାଜସ୍ଥାନ ମାର୍ବଲ ବ୍ୟବସାୟୀ ଦିନେଶ କୁମାରଙ୍କ ବାଇକ୍ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ୫ ଲୁଟେରା ତାଙ୍କଠାରୁ ୧୪ ହଜାର ଟଙ୍କା ମୋବାଇଲ ଛଡାଇ ନେଇଛନ୍ତି । ପୋଲିସ ଉଭୟ ଘଟଣାର ତଦନ୍ତ କରି ସୋର କୁପାରି ରାସ୍ତା ନଦୀ ଗାଁଠାରେ ଏକ ବାଇକ୍ ଜବତ କରିଛି । ଛିନତାଇ ଘଟଣାରେ ସୋର ପୋଲିସ ଛାନଭିନ୍ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନି।

ବୁଧବାର ରାତିରେ ମଧ୍ୟ ଦୟାବନ୍ଧ ଠାରେ ମା' ମଙ୍ଗଳା ଗହଣା ଦୋକାନ ମାଲିକ ପ୍ରଶାନ୍ତ ନାୟକ ଓ ସୁଶାନ୍ତ ବାରିକଙ୍କଠାରୁ ବନ୍ଧୁକ ଦେଖାଇ ୨୫ ହଜାର ଟଙ୍କା, ମୋବାଇଲ ଓ ୮୦ ହଜାର ଟଙ୍କାର ସୁନା ହାର ଲୁଟ୍ କରିଥିଲେ ଦୁର୍ବୃତ୍ତ । ଗତକାଲି ରାତିରେ ପୁଣି ଦୁଇଟି ଛିନତାଇ ହେବାରୁ ପୋଲିସ ପାଇଁ ମୁଣ୍ଡ ବିନ୍ଧା ବଢି ଯାଇଛି । ସିରିଜ୍ ଛିନତାଇ ଯୋଗୁଁ ସୋର ପୋଲିସ ଆଖିର ନିଦ ହଜିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.