ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍, ଗୁଳିମାଡ କରି ଲୁଟି ନେଲେ ଲକ୍ଷେ ଟଙ୍କା

Published By : Prameya-News7 Bureau | December 11, 2020 IST

ଆଠଗଡ ୧୧।୧୨: ଆଠଗଡ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଲୁଟ୍ । ୩ ଜଣ ଦୁର୍ବୃତ୍ତ ଗୁଳି ମାଡ କରି ମହିନ୍ଦ୍ରl ଫାଇନାନ୍ସ କର୍ମଚାରୀଙ୍କଠାରୁ  ଲୁଟି ନେଲେ ଲକ୍ଷେ ଟଙ୍କା ।

ଗୁଳିମାଡର ଶିକାର ହୋଇଥିବା ଫାଇନାନ୍ସ କର୍ମଚାରୀ କିତିଶ ରଞ୍ଜନ ଭଞ୍ଜ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ ଫେରୁଥିବା ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ଦୁର୍ବୃତ୍ତ କିତିଶଙ୍କୁ ଗୁଳି ମାରିଥିଲେ । କିତିଶ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ ।

ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ କିତିଶ ତାଙ୍କ ସହଯୋଗୀମାନଙ୍କୁ ଫୋନ୍ କରିଥିଲେ । ତାଙ୍କ ସହକର୍ମୀମାନଙ୍କ ସହାୟତାରେ ପ୍ରଥମେ ଆଠଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଆଠଗଡ ପୋଲିସର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.