‘ମୋ ବସ୍’ରୁ ଦମ୍ପତ୍ତିଙ୍କଠୁ ଲୁଟ୍, ୫ ହଜାର ଟଙ୍କାର ମେଡିସିନ ଓ କାଗଜପତ୍ର ଭର୍ତ୍ତି ବ୍ୟାଗ୍ ନେଇଗଲେ ଲୁଟେରା

Published By : Prameya-News7 Bureau | November 17, 2023 IST

ବାରଙ୍ଗ ୧୭।୧୧: ଲୁଟ୍‌ର ଶିକାର ହେଲେ ବରିଷ୍ଠ ନାଗରିକ । ଚିକିତ୍ସା ପାଇଁ ଗାଁରୁ ଆସିଥିଲେ ରାଜଧାନୀକୁ । ୧୧ ନମ୍ବର ରୁଟ୍‌ର ମୋ ବସ୍‌ରୁ ଲୁଟ୍ ହୋଇଛି । ବସ୍ ଭିତରୁ ଛଡ଼ାଇ ନେଲେ ବ୍ୟାଗ୍ । ଲୁଟ୍ ହେଲା ୫ ହଜାର ଟଙ୍କାର ମେଡ଼ିସିନ୍ ଓ ମେଡିକାଲ କାଗଜପତ୍ର । ଆଚାର୍ଯ୍ୟ ବିହାରରୁ ରାମ ମନ୍ଦିର ମଧ୍ୟରେ ଲୁଟ୍ ହୋଇଛି । ପରେ ଏ ନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କଲେ ବୃଦ୍ଧ ଦମ୍ପତ୍ତି ।

କିଛି ଦିନର ବିରାମ ପରେ ପୁଣି ମୋ ବସ୍‌ରୁ ଲୁଟ୍ ମାମଲା ସାମ୍ନାକୁ ଆସିଛି । ସୁଦୂର ଜଗତସିଂପୁର ଜିଲ୍ଲାରୁ ମେଡିକାଲ ଚିକିତ୍ସା ପାଇଁ ଆସିଥିବା ବୃଦ୍ଧ ଦମ୍ପତ୍ତି ଲୁଟ୍‌ର ଶିକାର ହୋଇଛନ୍ତି । ରାଜଧାନୀକୁ ଚିକିତ୍ସା ନିମନ୍ତେ ଆସିଥିବା ସୁଦର୍ଶନ ରାଉତ ଏବଂ ସ୍ନେହଲତା ରାଉତ ୧୧ ନମ୍ବର ବସ୍ ଯୋଗେ ଯାତ୍ରା କରୁଥିବା ବେଳେ ଗହଳିର ଫାଇଦା ଉଠାଇ ତାଙ୍କ ଭ୍ୟାନିଟି ବ୍ୟାଗ୍ ଛଡାଇ ନେଇଛନ୍ତି ଲୁଟେରା । ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ଏବେ କିଛି ଟଙ୍କା ନଥିବା ବେଳେ ସେମାନେ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/villagers-vandalise-police-station-in-mayurbhanj-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/villagers-vandalise-police-station-in-mayurbhanj-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.