ଅଁଳେଇ ମନ୍ଦିରରୁ ଲୁଟ୍, ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 28, 2021 IST

ଖୋର୍ଦ୍ଧା ୨୮।୯: ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଅସାମାଜିକ ଦୁର୍ବୃତ୍ତଙ୍କ ଦ୍ଵାରା ଲୁଟ୍ ବଢ଼ିବାରେ ଲାଗିଛି । ସେହିଭଳି ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଉଇଲକିଶନନଗରରେ ଥିବା ଅଁଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ପଶି ଠାକୁରାଣୀଙ୍କ ଦାନବାକ୍ସ ତାଡି ନେଇଛନ୍ତି । ମନ୍ଦିର ଭିତରୁ ଗହଣା, ଘଣ୍ଟ, ଘଣ୍ଟା, ଲୁଗାପଟା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

{"id":518779,"width":754,"height":415,"sizeSlug":"full","linkDestination":"none"}

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦାନବାକ୍ସରେ ଭକ୍ତଙ୍କ ଦୁଇ ବର୍ଷର ଦାନ ଟଙ୍କା ଥିବା ପୂଜକ ଓ ଗ୍ରାମବାସୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.