ବାଲିଅନ୍ତାରେ ବ୍ଲାକ୍ ପଲସର ଆତଙ୍କ : ଫାଇନାନ୍ସ କର୍ମଚାରୀଙ୍କୁ ମାରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ୮୦ହଜାର ଟଙ୍କା

Published By : Prameya-News7 Bureau | July 22, 2021 IST

ବାଲିପାଟଣା ୨୨।୭: ବାଲିଅନ୍ତାରେ ବ୍ଲାକ୍ ପଲସର ଆତଙ୍କ । ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାରଣାନ୍ତକ ଆକ୍ରମଣ କରି ପ୍ରାୟ ୮୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ । ଘଟଣା ଘଟିଛି ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର-କଣ୍ଟାପଡା ରାସ୍ତା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ । ଗୁରୁତର ଅବସ୍ଥାରେ ଫାଇନାନ୍ସ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":484241,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭାରତ ଫାଇନାନ୍ସର ଜଣେ କର୍ମଚାରୀ ଋଣ ଟଙ୍କା ସଂଗ୍ରହ କରି ବାଲିଅନ୍ତା ଅଭିମୁଖେ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବ୍ଲାକ୍ ପଲ୍‌ସରରେ ତାଙ୍କୁ ପିଛା କରିଥିଲେ । ପ୍ରତାପରୁଦ୍ରପୁର-କଣ୍ଟାପଡ଼ା ଆଖଣ୍ଡଳେଶ୍ଵର ମନ୍ଦିର ନିକଟରେ କର୍ମଚାରୀ ଜଣଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ ।

{"id":484243,"width":750,"height":413,"sizeSlug":"large","linkDestination":"none"}

ପରେ ଏକ ମାରଣାସ୍ତ୍ରରେ କର୍ମଚାରୀଙ୍କ ହାତକୁ ହାଣି ଟଙ୍କା ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ । ଆକ୍ରମଣରେ ଗୁରୁତର କର୍ମଚାରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗ ହସ୍ପିଟାଲ୍‌ ପଠାଇଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.