ଲୁଟ୍ର ଶିକାର ହେଲେ ଦମ୍ପତ୍ତି, ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ
26/05/2023 at 4:36 PM

ବ୍ରହ୍ମପୁର ୨୬।୫: ଦିନ ଦ୍ବିପ୍ରହରରେ ଲକ୍ଷାଧିକ ଟଙ୍କା ଲୁଟ୍ । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବ୍ରିଜ ନିକଟରେ ଦମ୍ପତ୍ତିଙ୍କଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ସୂଚନାଯୋଗ୍ୟ ଯେ, ଗଞ୍ଜୁ ଅଞ୍ଚଳର ପ୍ରଭାକର ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ କୁମାରୀ ପଟ୍ଟନାୟକ ନିଜ ଝିଅ ପାଇଁ ଜାଗା କିଣିବା ନିମନ୍ତେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗ୍ରେ ଧରି ଘରକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଟଙ୍କା ବ୍ୟାଗ୍ ଝାମ୍ପିନେଇଛନ୍ତି । ଟଙ୍କା ଲୁଟ୍ ନେଇ ଅଭିଯୋଗ ପରେ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।