ଘର ସମ୍ମୁଖରୁ ବ୍ୟବସାୟୀଙ୍କଠୁ ଲୁଟ୍, ବାଇକ୍ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ୮୦ହଜାର ଟଙ୍କା

Published By : Prameya-News7 Bureau | September 29, 2021 IST

କଳାହାଣ୍ଡି ୨୯।୯: ବାଇକ୍ ଡିକି ଭାଙ୍ଗି ଲୁଟ୍ । ଲକ୍ଷେ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଳାହାଣ୍ଡି ଉତତ୍କେଲା ଗାଁର ଜଣେ ବ୍ୟବସାୟୀ ନିରଞ୍ଜନ ଜୈନ ଘର ସାମ୍ନାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏ ନେଇ ନିରଞ୍ଜନ ଉତତ୍କେଲା ଫାଣ୍ଡିରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜରେ ଲୁଟ୍ ବେଳ ଦୃଶ୍ୟ ମଧ୍ୟ କଏଦ ହୋଇଛି । ଏହି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁଇ ଗୋଟି ବାଇକରେ ୪ ଜଣ ଆସି ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.