ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବ୍ୟାଙ୍କ ସମ୍ମୁଖରୁ ଲୁଟ୍, ବାଇକ୍ ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

20/12/2021 at 5:52 PM

ଦେବଗଡ ୨୦।୧୨: ଦେବଗଡ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ମଟରସାଇକେଲ ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ରିଆମାଳ ଥାନା ଅନ୍ତର୍ଗତ ସାନଡଙ୍ଗାଘାଟ ଗ୍ରାମର ବ୍ୟବସାୟୀ ଏକାନ୍ତ ପ୍ରଧାନ ନିଜ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଉଠାଇ ଶାଳୀ ନାମରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଡିପୋଜିଟ୍ ପାଇଁ ଆସିଥିବା ସମୟରେ ଏହି ଲୁଟ ହୋଇଛି ।

ଏକାନ୍ତ ବ୍ୟାଙ୍କ ମଧ୍ୟକୁ ଯାଇ ଟଙ୍କା ଡିପୋଜିଟ କରୁଥିବା ବେଳେ ତାଙ୍କୁ ଗୋଟିଏ ଥରରେ ପଚାଶ ହଜାର ଟଙ୍କାରୁ ଅଧିକ ଡିପୋଜିଟ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା । ଫଳରେ ସେ ମଟରସାଇକଲ ଡିକି ମଧ୍ୟରେ ଟଙ୍କା ରଖି ଦେଇ ତିନୋଟି ଫର୍ମ ପୂରଣ କରୁଥିବା ବେଳେ କେହି ଦୁର୍ବୃତ୍ତ ଡିକି ମଧ୍ୟରେ ଥିବା ଟଙ୍କା ନେଇ ଚମ୍ପଟ ମାରିଥିଲା । ଏନେଇ ଏକାନ୍ତ ଦେବଗଡ ଆଦର୍ଶ ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି । ବ୍ୟାଙ୍କ ରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି  ।

   Related Posts