ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ : ଏଟିଏମ୍, ପାସ୍ବୁକ୍ ନେଇ ଦୁର୍ବୃତ୍ତ ଚମ୍ପଟ
25/07/2023 at 5:50 PM

ବୋରିଗୁମ୍ମା ୨୫।୭: କୋରାପୁଟ ଜିଲ୍ଲା ବୋରିଗୁମ୍ମା ହାଟପଦା ନିକଟରେ ବାଇକ୍ ଡିକିରୁ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟ୍ । ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କରୁ ବୋଡିଗାଁ ଅଞ୍ଚଳର ଲକ୍ଷ୍ମୀକାନ୍ତ ନାୟକ ୧ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ଘରକୁ ଫେରିବା ସମୟରେ ସେ ଏକ ଦୋକାନ ସାମ୍ନାରେ ବାଇକ୍ ରଖି ଜିନିଷ କିଣୁଥିଲେ । ସେହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ଡିକି ଭାଙ୍ଗି ଟଙ୍କା ଏଟିଏମ୍ କାର୍ଡ, ବ୍ୟାଙ୍କ ପାସ୍ବୁକ୍ ନେଇ ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ । ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଚୋରି କରିବା ନିଶ୍ଚିତ ଭାବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।
You Can Read :
Related Posts
ଖୁବ ଶୀଘ୍ର ରାଜ୍ୟ ସରକାର ଆଣିବେ ସିନେମା ପଲିସି, ଓଡିଆ ଭାଷାକୁ ଦିଆଯିବ ଗୁରୁତ୍ୱ
28 November 2023