ହାତୁଡିରେ ଏଟିଏମ୍ ମେସିନ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
6/03/2020 at 2:39 PM

ନିଶ୍ଚିନ୍ତକୋଇଲି ୬।୩: କଟକ ଜିଲ୍ଲା ମାହାଙ୍ଗା ଥାନା କୋଠପଦା ବଜାରରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ ଭାଙ୍ଗି ଲୁଟ୍ କଲେ ଦୁର୍ବୃତ୍ତ । ବ୍ୟାଙ୍କକୁ ଲାଗି ରହିଥିବା ଏହି ଏଟିଏମରେ ରାତ୍ର ଜଗୁଆଳୀ ରହୁ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ହାତୁଡି ସାହାଯ୍ୟରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।

ଏଟିଏମ୍ ପାଖରେ ହାତୁଡି ଏବଂ ଏଟିଏମ୍ ର ଭଗ୍ନାବଶେଷ ପଡ଼ିଥିବାର ଦେଖିବାକୁ ମିଳିଛି। ମାହାଙ୍ଗା ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।
Related Posts
ବିପଦ ସଂକେତ ଉପରେ ବଂଶଧାରା ନଦୀର ଜଳସ୍ତର, ଏକର ଏକର ଚାଷ ଜମି ଜଳମଗ୍ନ
15 August 2022
ତେଲେଙ୍ଗିରି ଡ୍ୟାମ୍ର ଜଳସ୍ତର ବୃଦ୍ଧି, ଖୋଲିଲା ଗୋଟିଏ ଗେଟ୍
15 August 2022
ନାଳରେ ଭାସିଗଲେ ବୃଦ୍ଧା, ଉଦ୍ଧାର ହେଲା ମୃତଦେହ
15 August 2022