ବ୍ୟାଙ୍କ୍ ସମ୍ମୁଖରୁ ବନ୍ଧୁକ ଦେଖାଇ ଲୁଟ୍, ୪ଲକ୍ଷ ୫୦ହଜାର ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଲେ ଦୁଇ ଲୁଟେରା

Published By : Prameya-News7 Bureau | September 29, 2020 IST

ସାଲେପୁର ୨୯।୯: ବ୍ୟାଙ୍କ ସମ୍ମୁଖରୁ ବନ୍ଧୁକ ଦେଖାଇ ଲୁଟିନେଲେ ୪ ଲକ୍ଷ ୫୦ ହଜାର ଟଙ୍କା । ଦୁଇ ଜଣ ଲୁଟେରା ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଇଥିବା ଜଣାପଡିଛି ।

{"id":336207,"sizeSlug":"large"}

ସୂଚନା ଅନୁସାରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ବସଷ୍ଟାଣ୍ଡ ନିକଟରରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆକୁ ଛତିଆ ନେଳିଆ ନିକଟରେ ଥିବା ଇଣ୍ଡିଆ ଆନ୍ ପେଟ୍ରୋଲ ପମ୍ପର ୪ ଜଣ କର୍ମଚାରୀ  ଦୁଇଟି ବାଇକରେ ଟଙ୍କା ନେଇ ଜମା କରିବାକୁ ଆସିଥିଲେ । ସେହି ସମୟରେ ବ୍ୟାଙ୍କ ସମ୍ମୁଖରୁ ଦୁଇ ଜଣ  ଲୁଟେରା ବାଇକରେ ଆସି ବନ୍ଧୁକ  ଦେଖାଇ ୪ଲକ୍ଷ ୫୫ହଜାର ୪୦୦ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଖବର ପାଇଁ  ଟାଙ୍ଗୀ ପୋଲିସ ପହିଞ୍ଚି ତଦନ୍ତ ଜାରି ରଖିଛି ।

{"id":336208,"sizeSlug":"large"}

ଏ ଭଳି ଘଟଣା ବରମ୍ବାର ବ୍ୟାଙ୍କ ସମ୍ମୁଖରୁ  ବାଇକ୍ ରୁ ଟଙ୍କା ଲୁଟ୍ ହେଉଥିଲେ ସୁଦ୍ଧା ବ୍ୟାଙ୍କର ବାହାର ପଟେ ସିସିଟିଭି କ୍ୟାମେରା ନ ଲାଗିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫଳରେ ଲୁଟେରାମାନେ  ଏହାର ଫାଇଦା ନେଇ  ଦିନ ଦ୍ବିପ୍ରହରରେ ଗରିବ ଲୋକଙ୍କମାନଙ୍କ ଠାରୁ ଟଙ୍କା  ଝାମ୍ପି ନେଉଛନ୍ତି  । ତୁରନ୍ତ ବ୍ୟାଙ୍କ କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେଇ ସିସିଟିଭି କ୍ୟାମେରା  ଲଗାଇବା ପାଇଁ  ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.