ଗୁଳିମାଡ କରି ଡାକ୍ତରଙ୍କଠାରୁ ୫୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
9/07/2019 at 6:03 PM

ଆଠଗଡ ୯|୭: ୫୫ ନମ୍ବର ଜାତୀୟ ରାଜପଥ କର୍ପୁରସିଂ ନିକଟରେ ୫୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଜମି କିଣିବା ପାଇଁ ଢେଙ୍କାନାଳକୁ କାରରେ ଯାଉଥିବା ବେଳେ ୩ ଦୁର୍ବୃତ୍ତ ବାଇକ୍ ରେ ଆସି ଲୁଟ୍ କରିଛନ୍ତି । ପ୍ରଥମେ କାରର ପଛପଟ କାଚକୁ ଗୁଳିକରି ଭୟଭୀତ କରିବା ପରେ ଦୁର୍ବୃତ୍ତ ମାନେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଗୁରୁଡିଝାଟିଆ ପୋଲିସର ତନାଘନା ଜାରି । ଲୁଟ୍ ର ଶିକାର ହୋଇଥିବା ଡାକ୍ତର ହେଲେ ଢେଙ୍କାନାଳର ବିଜୟ ମହାପାତ୍ର । ଜମି କିଣିବା ପାଇଁ ଢେଙ୍କାନାଳ ଯାଉଥିବା ବେଳେ ଲୁଟ୍ ହୋଇଛି ।