ମଦଭାଟି ମ୍ୟାନେଜରଙ୍କୁ ଗୁଳି କରି ଲୁଟିନେଲେ ୩ ଲକ୍ଷଟଙ୍କା

Published By : Prameya-News7 Bureau | January 20, 2019 IST

ଟିଟିଲାଗଡ୨୦|୧: ଟଙ୍କା ନେଇ ଯାଉଥିବା ବଳେ ମଦଭାଟି ମନେଜରଙ୍କୁ ଗୁଳିକରି ଲୁଟ । ଏଭଳି ଘଟଣା ଘଟିଛି ଟିଟିଲାଗଡ ଅଂଚଳ ସଇନ୍ତଳା ଠାରେ । ଜଣେ ମଦଭାଟି ମନେଜର ଟଙ୍କା ଜମା କରିବା ପାଇଁ ଟିଟିଲାଗଡର ଏକ ବ୍ୟାଙ୍କକୁ ଯିବାବଳେ ତାଙ୍କୁ ବାଟରେ କିଛି ଦୁବୃର୍ତ୍ତ ମାଡ ମାରିବା ସହ ଗୁଳିକରି ଲୁଟିନେଇଛନ୍ତି ଟଙ୍କା । ଘଟଣା ସ୍ଥଳରେ ଗୁରୁତର ଭାବରେ ପଡିଥିବା ବଳେ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ଖବର ଦେଇଥିଲେ ମନେଜର । ଘଟଣା ସ୍ଥଳରେ ପୋଲିସ ନିଜେ ବଲାଙ୍ଗିର ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।  

{"id":76255}

ଦିନ ଦିପହରେ ଗୁଳିକରି ଲୁଟ  । ଆଜିଦିନ ୯ ଟା ସମୟରେ ଭାଟିରୁ ୩ଲକ୍ଷ ଟଙ୍କା ନେଇ ଟିଟିଲାଗଡ ମୁଖ୍ୟ ଶାଖାକୁ ଯାଉଥିଲେ ମଦଭାଟି ମନେଜର ଓ ତାଙ୍କର ସହକର୍ମି । ଦୁଇ ଜଣ ବାଇକରେ ଯିବା ବେଳେ ଗଣ୍ଡପତ୍ରାପାଲି ଛକଠାରେ ଆଉ ଏକ ବାଇକ ଧରି ୩ଜଣ ଛିଡା ହୋଇ ଥିଲେ ।  ସେଥିମଧ୍ୟରୁ ଜଣେ ଗୋଟିଏ ଠେଙ୍ଗା ସାହାଯ୍ୟରେ ଗାଡି ଚଳାଉଥିବା ବ୍ୟକ୍ତି ଙ୍କୁ ମାଡ ମାରିଥିଲା । ଫଳରେ ମ୍ୟାନେଜର ଓ ତାଙ୍କ ସହକର୍ମୀ ଦୁହେଁ ତଳେ ପଡିଯାଇଥିଲେ । ସେହି ସମୟରେ ଆଉ ଦୁଇଜଣ ମନେଜରଙ୍କଠାରୁ ଟଙ୍କା ବ୍ୟାଗ ଛଡାଇବାକୁ ଉଦ୍ୟମ କରିଥିଲେ .।

{"id":76256}

 ମନେଜର ବ୍ୟାଗ  ନଛାଡିବାରୁ ତାଙ୍କ ଗୋଡକୁ ଗୁଳି କରିଥିଲେ । ମନେଜର ଗୁରୁତର ହେବା ପରେ ଟଙ୍କା ବ୍ୟାଗ ଓ ମୋବାଇଲ ଫୋନ ନେଇ ୩ଜଣ ଦୁର୍ବତ୍ତ ଫେରାର ହୋଇଯାଇଥିଲେ । ମ୍ୟାନେଜର ଗୁରୁତର  ଅବସ୍ଥାରେ ରାସ୍ତାରେ ଯାଉଥିବା କିଛି ଲୋକଙ୍କ ସାହର୍ଯ୍ୟରେ ପୋଲିସକୁ ଜଣାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଡାକ୍ତର ଖାନା କୁ ନେଇଯାଇଥିଲେ ।  ଏନେଇ ଘଟଣା ସ୍ଥଳରେ ସଇଁନ୍ତଳା ପୋଲିସ ସହ ଟିଟିଲାଗଡ ଏସଡିପିଓ  ଓ ବଲାଙ୍ଗିର ଏସପି ପହନଚି ତଦନ୍ତ ଆରମ୍ଭ କରିଛନ୍ତି ।   

{"id":76257}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.