ATMରୁ ୨୫ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ ଆଦିବାସୀ ଦମ୍ପତ୍ତି, ବ୍ୟାଗ୍ ଛଡାଇନେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 25, 2021 IST

ବାରିପଦା ୨୫।୧୧: ମୟୁରଭଞ୍ଜ ଜିଲ୍ଲା ବେତନଟୀ ପୋଲିସ ଷ୍ଟେସନରୁ ୧୦୦ ମିଟର ଦୂରରେ ଛିନତାଇ । ଆଦିବାସୀ ଦମ୍ପତ୍ତିଙ୍କଠାରୁ ଲୁଟିନେଲେ ୨୫ ହଜାର ନଗଦ ଟଙ୍କା ।

{"id":549761,"width":754,"height":415,"sizeSlug":"full","linkDestination":"none"}

ବେତନଟୀ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରୁ ବେତନଟୀ ଆଦିବାସୀ ସାହିର ଲଗେନ ଟୁଡୁ ଓ ତାଙ୍କ ପତ୍ନୀ ବାହ୍ଲୀ ଟୁଡୁ ୨୫ ହଜାର ଟଙ୍କା ଉଠାଇଥିଲେ । ଏହି ଟଙ୍କା ଉଠାଇ ଆଦିବାସୀ ଦମ୍ପତ୍ତି ବାହାରକୁ ବାହାରିବା କ୍ଷଣି ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ଯୁବକ କ୍ଷୀପ୍ର ଗତିରେ ଆସି ଦମ୍ପତ୍ତିଙ୍କ ନିକଟରୁ ଟଙ୍କାର ବ୍ୟାଗ୍ ଛଡାଇ ନେଇ ଚମ୍ପଟ ମାରିଛନ୍ତି । ଦମ୍ପତ୍ତି ପାଠ ପଢିନଥିବାରୁ ମୋଟର ସାଇକେଲ ନମ୍ବର କିମ୍ବା ବାଇକର ମଡେଲ କହିବାରେ ଅସମର୍ଥ ହୋଇଛନ୍ତି । ଏହି ଘଟଣାକୁ ନେଇ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.