ସୁନ୍ଦରଗଡ ୧୬/୭: SBI ଗ୍ରାହକ ସେବା କେନ୍ଦ୍ରରେ ବସିଥିଲେ ମାଲିକ । ୨ ଜଣ ଲୋକ ପଲ୍ସରରେ ଆସିଲେ,ବନ୍ଧୁକ ଦେଖାଇ ଲୁଟିନେଲେ ୫୦ ହଜାର ଟଙ୍କା । କୁତ୍ରା ଥାନା ବିରଙ୍ଗାଟୋଲି ସ୍ଥିତ SBI ଗ୍ରାହକ ସେବା କେନ୍ଦ୍ରରୁ ଲୁଟି ନେଇଛନ୍ତି ଲୁଟେରା । ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କାଉଣ୍ଟରରେ ଥିବା ୫୦ ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ସେବା କେନ୍ଦ୍ର ଭିତରେ ଅଫୁଟା ଗୁଳି ଛାଡିଯାଇଛନ୍ତି । ତେବେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍ ହୋଇଛି । ଅଭିଯୋଗ ଆଧାରରେ କୁତ୍ରା ପୋଲିସ ସହ ସୁନ୍ଦରଗଡର ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନ୍ଭିନ୍ ଚଳାଇଛି ।