ମର୍ଣ୍ଣିଂ ଓ୍ବାକ୍ ବେଳେ ଲୁଟ୍‌ର ଶୀକାର ହେଲେ ଦମ୍ପତ୍ତି : ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିଲେ ଲୁଟେରା, ଆକ୍ରମଣରେ ସ୍ବାମୀ ଆହତ

Published By : Prameya-News7 Bureau | March 15, 2019 IST

ବାରଙ୍ଗ ୧୫|୩ : ଲୁଟେରା ଗ୍ୟାଙ୍ଗର ଶିକାର ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ତାଙ୍କ ସ୍ତ୍ରୀ। ଶୁକ୍ରବାର ସକାଳେ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ବ୍ରିଜ ଉପରେ ଜଣେ ଅବସର ପ୍ରାପ୍ତ ଆର୍ମି ତଥା ସେସୁ କର୍ମଚାରୀ ଲୁଟ୍ ର ଶିକାର ହୋଇଛନ୍ତି । ଲୁଟେରାମାନେ ସେମାନଙ୍କଠାରୁ ସୁନା ଗହଣା ଲୁଟ୍ କରିବା ସହ ଆକ୍ରମଣ ମଧ୍ୟ କରିଛନ୍ତି । ଆକ୍ରମଣରେ ସେନା କର୍ମଚାରୀ ଆହତ ହୋଇଛନ୍ତି । ରଘୁନାଥପୁର ଗାଁରେ ରହୁଥିବା ଅବସର ପ୍ରାପ୍ତ ଆର୍ମି ତଥା ସେସୁ କର୍ମଚାରୀ ଶରତ କୁମାର ରାଏ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ରାଏ ସବୁଦିନ ଭଳି ମର୍ଣ୍ଣିଂ ଓ୍ବାକ୍ ରେ ଆଜି ସକାଳେ ବାହାରି ଥିଲେ।

{"id":93845,"width":581,"height":450}

ରଘୁନାଥପୁର ଗାଁରୁ ପଟିଆ ଯିବା ରାସ୍ତାର ଏକ ବ୍ରିଜ ନିକଟରେ ଚାଲିଚାଲି ଯାଉଥିଲେ। ହଠାତ୍ ପଛରୁ ଦୁଇଟି ବାଇକରେ ୬ ଜଣ ଦୁର୍ବୃତ ଆସି ମହିଳାଙ୍କୁ ଧରି ଚେନ୍ ଝାମ୍ପି ନେବାକୁ ଚେଷ୍ଟା କରିଥିଲା। ଏତିକିବେଳେ ମହିଳାଙ୍କ ସ୍ବାମୀ ଶରତ ରାଏ ଏହାର ପ୍ରତିବାଦ କରିଥିଲେ। ଫଳରେ ଶରତ ରାଏଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଦୁର୍ବୃତ୍ତମାନେ ଏକ ଲୁହା ରଡରେ ଶରତଙ୍କ ହାତ ପାପୁଲିକୁ ପିଟିଦେଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀଙ୍କ ନିକଟରୁ ୪ପଟ ଚୁଡି, ଗୋଟିଏ ଚେନ୍ ଏବଂ ଦୁଇଟି କାନଫୁଲ ଟାଣି ନେଇ ଭୁବନେଶ୍ବର ଅଭିମୁଖେ ଚାଲିଯାଇଥିଲେ। ଖବର ପାଇ ନନ୍ଦନକାନନ ପୋଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.